କଲେଜର ମୁଖ୍ୟ ଫାଟକ ବା ‘ମାତୃ ତୋରଣ’ର ଭିତ୍ତିପ୍ରସ୍ତର ‘ମା’ ତାରିଣୀ ମନ୍ଦିର ଟ୍ରଷ୍ଟ’ର
ସମ୍ମାନନୀୟ ଟ୍ରଷ୍ଟି ଶ୍ରୀ ଏମ୍. ସି. ଦେହୁରୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏହାର ନକ୍ସା
୨୦୦୫ ମସିହାରେ ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ ଦାଶ ପ୍ରସ୍ତୁତ କରିଥିଲେ ଏବଂ ସେହି ବର୍ଷ ହିଁ
ଏହି ଫାଟକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଫାଟକର ଉପଯୁକ୍ତ ଉଚ୍ଚତାରେ ଏକ
ବେଦୀ ଉପରେ ମା’ ତାରିଣୀ ବିରାଜମାନ ଅଛନ୍ତି; ସେ ଏଠାକୁ ଆସୁଥିବା ବ୍ୟକ୍ତି ଓ
ଅନୁଷ୍ଠାନରେ ପ୍ରବେଶ କରୁଥିବା ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ନିର୍ଭୟତା
ପ୍ରଦାନ କରୁଛନ୍ତି। ଫାଟକର ଭିତର ପାର୍ଶ୍ୱରେ ଦେବୀ ସରସ୍ୱତୀ ବିରାଜମାନ ହୋଇ
ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ଏବଂ ଜ୍ଞାନ ଶକ୍ତି ଦ୍ୱାରା ସେମାନଙ୍କ ମନକୁ
ସମୃଦ୍ଧ କରୁଛନ୍ତି।